+91 9853676332
ଭକ୍ତ ଶ୍ରେଷ୍ଠ ବିଦୁରଙ୍କ ପରିଚୟ ଦେବା ଅନାବଶ୍ୟକ ,ମାତ୍ର ଓଳକଣାରେ ରହିବା ,ସାଧନା କରି ସିଦ୍ଧି ନେବା ଅବିଶ୍ଵସନୀୟ ହେଲେବି ଏହା ସତ୍ୟ ,ମାଳିକାକାରଙ୍କ “ଅଭେଦ ଚନ୍ଦ୍ରିକା’’ ପୁସ୍ତିକାରେ ଲେଖା ଅଛି, ଓଳକଣା ସିଦ୍ଧ ସ୍ଥାନ ବିଦୁରଙ୍କ ଗାଦି ,ନବେ ଜଣ ଭକ୍ତ ଥିବେ ଯୋଗୀ ବେଶ ବାନ୍ଧି, ସିଦ୍ଧ ପୁରୁଷ ଅଚ୍ୟୁତାନନ୍ଦ “କ୍ଷେତ୍ରଗୀତା’’ରେ କଲମ କରିଛନ୍ତି -ମହାପୁରୁଷ ରୂପ ହୋଇ ,ବିଦୁର ମୁନିଛନ୍ତି ରହି, ଫାଲଗୁନ ଶୁକ୍ଳ ଚତୁର୍ଦ୍ଦଶୀ ,ସେ ରାତ୍ର ଅଟେ ବ୍ରହ୍ମ ନିଶି ,ଭୋଗ ହୁଅଇ ବାର ଦଣ୍ଡ ,ଦେବତା ତିନିପୁର ରୁଣ୍ଡ ।ପ୍ରସିଦ୍ଧ ସନ୍ଥ ଅରକ୍ଷିତ ଦାସ ଙ୍କ ମହାଗୁପ୍ତ ପଦ୍ମକଳ୍ପରୁ ଆନୀତ – ସେହି ସ୍ଥାନେ ପୂର୍ବେ ମୁହିଁ ଯୋଗ ସଧୂଥିଲି ,ଓଁ କାର ସାଧନା ମୁଇଁ ସେ ସ୍ଥାନରେ କଲି, ସେହି ଯୋଗୁଁ ନାମ ତାର ହେଲା ଓଳକଣା ,ଏହିଠାରେ ଭକ୍ତ ମାନେ ହୋଇବେ ଯେ ବଣା । ପ୍ରଭୁ ଶ୍ରୀକୃଷ୍ଣ ଙ୍କ ପରମ ଭକ୍ତ ଜ୍ଞାନୀ, ବିଦୁଷୀ ,ଧୀର ସ୍ଥିର ରାଜନୀତିଜ୍ଞ ଦଣ୍ଡନୀତି ପ୍ରବୀଣ ଭକ୍ତ ବିଦୁର ଏହି ମେଳଣ ପଡିଆ ଯାହାକି ପୂର୍ବେ କଣ୍ଟକିତ ଘଞ୍ଚ ଜଙ୍ଗଲ ଥିଲା ,ଏହିଠାରେ ଆଶ୍ରମ ଥାପି ତପସ୍ୟାରେ ଲୀନ ହୋଇ ଥିଲେ ଏବଂ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଶାଗଭାଜି ଦେଇଥିଲେ । ଯାହାର ସ୍ମାରକୀ ସ୍ୱରୂପ ମେଳଣ ସନ୍ଧ୍ୟା ରୁ ରାତ୍ର ୧୦ ଘଟିକା ଯାଏ ଏପରିକି ମେଳଣ ସମାପ୍ତ ଯାଏ ଶାକାନ୍ନ ବିତରିତ ହୁଏ । ହରିହର- ଦୁଇ ପ୍ରଭୁଙ୍କ ମିଳନ ଏକ ରୂପରେ ଅଭିନ୍ନ କଳେବରରେ ଭକ୍ତବିଦୁର ଏହିଠାରେ ଦର୍ଶନ ଲାଭ କରନ୍ତି ।
ବ୍ରହ୍ମ ମୂହୁର୍ତ୍ତ ଯୋଗ ଦୋଳ ପୁର୍ଣିମା ପ୍ରଭାତରେ ସୃଷ୍ଟି ହୁଏ । ଯାହାକି ପ୍ରସିଦ୍ଧ ଓଳକଣା ମେଳଣ ଭାବେ ଖ୍ୟାତି ଅର୍ଜନ କରିଛି ।