Historical Background


ଓଳକଣା ଧାମ ହେଉଛି ଓଁକାର କ୍ଷେତ୍ର , ଏହି କ୍ଷେତ୍ରରେ ପ୍ରମାଣ ମିଳେ ଏଠାରେ ଯଜ୍ଞ କୁଣ୍ଡ ଓ ଗୁପ୍ତ କଳ୍ପବଟ ଲୁଚି ରହିବା ସହିତ ସାତ ପାତାଳ ଭେଦିଣ ତାର ଧ୍ଵଜା ବା ପତାକା ଉଡୁଅଛି ।ନିତ୍ୟ ପ୍ରତ୍ୟହ ଦେବଦେବୀ ଦର୍ଶନ କରୁଛନ୍ତି ।
ସର୍ବଦା ଓଁକାର କ୍ଷେତ୍ର ଓଳକଣା ଭୁବନ ଝିଲିମିଲି ହୋଇ କମ୍ପମାନ ହେଉଅଛି ,ଅର୍ଥାତ୍ ଦେବଦେବୀଙ୍କ ନିତ୍ୟ ଲୀଳା ଚାଲୁଅଛି ।“ନିତ୍ୟରାସ” ନିଶିରେ ଅର୍ଥାତ୍ ରାତିରେ ହେଉଅଛି । କପିଳାସ ହର,କୈଳାସ ଶଙ୍କର ,ଅମରାବତୀର
ଦେବଦେବୀ ,ନୀଳାଚଳରୁ ପରଂବ୍ରହ୍ମ ମାନେ ,ଛତିଆ ,ତୁଳସୀ କ୍ଷେତ୍ରର କ୍ଷେତ୍ରାଧୀଶଗଣ ,ସ୍ଵର୍ଗରାଜ୍ୟରୁ ଯୁଧିଷ୍ଠିର ଓ ବିଭୀଷଣ ,ଅଷ୍ଟସଖୀ ,ପରିଚାର ପାରିଷଦଗଣ ଆସି ତ୍ରିକୋଣ ବେଦୀରେ ଥିବା ରତ୍ନମୟୀ,ରତ୍ନବଟ,ରତ୍ନଗର୍ତ୍ତ
ବା ଭବନାଭିଚକ୍ର ,ନିତ୍ୟ ଗୋଲକର ଗୁପ୍ତ ବୈଭବ ଏହିଠାରୁ ଦର୍ଶନ କରୁଛନ୍ତି ଓ ରାସ ଶ୍ରବଣ କରୁଛନ୍ତି । ଭକ୍ତ ବିଦୂରଙ୍କ ଓଁକାର ସାଧନାପୀଠ ଓଳକଣା ସିଦ୍ଧି ଲାଭର ମହାତୀର୍ଥ ତଥା ଭଗବାନଙ୍କର ଲୀଳାକ୍ଷେତ୍ର ।

ହରି ନିଜକୁ ଦାରୁ ଓ ହର ନିଜକୁ ପଥର ସ୍ଵୀକାର କରିଛନ୍ତି । ଏଥି ପାଇଁ ହର ବନାମ ବଳଭଦ୍ରଙ୍କର ମଣି ବିଗ୍ରହରୂପ ତୁଳସୀକ୍ଷେତ୍ରରେ ଆରାଧିତ , ଅର୍ଥାତ୍ ଦାରୁ ଓ ପ୍ରସ୍ତରରେ ବ୍ରହ୍ମ ପ୍ରକାଶିତ ହୁଅନ୍ତି ।
ଏହାକୁ ସହଜ ସରଳ କରିବାକୁ ହେଲେ ପ୍ରହଲ୍ଲାଦର ଅଟଳ ବିଶ୍ଵାସ ନାମ ଜପରୁ ସ୍ତମ୍ଭରୁ ଆବିର୍ଭାବ ନୃସିଂହ ଅବତାର ,ଏଣୁ ନାମ ଆରମ୍ଭରେ ନୃସିଂହନାଥଙ୍କର ବନ୍ଦନା ଏକ ପାରମ୍ପରିକ ବିଧି ହୋଇଅଛି ।
ଓଳକଣା ମେଳଣକୁ ଦୁଇ ନୃସିଂହ ଦେବଙ୍କ ପ୍ରତୀକ ପ୍ରତିନିଧି ରୂପେ ରାଧାମାଧବ ଆସୁଛନ୍ତି । ବାଲିଆ ଗ୍ରାମର ଶ୍ରୀ ନୃସିଂହ ଦେବ ଓ ପୋଡାମରାଇ ମଠରୁ ଶ୍ରୀନୃସିଂହ ଦେବ ଆସନ୍ତି ଓ ମେଳଣ ପଡିଆରେ ଦୁହେଁ ଏକାଠି ପାଖାପାଖି ବିରାଜମାନ ହୁଅନ୍ତି ।
ହରି ହରଙ୍କ ଯୁଗ୍ମାବତାର ରୂପ ଭକ୍ତ ବିଦୁର ଦର୍ଶନ କରୁଛନ୍ତି । ଏହା ସମଗ୍ର ବିଶ୍ଵ ପାଇଁ ଏକ ଅଦ୍ଵିତୀୟ ଉଦାହରଣ ପାଲଟି ଯାଇଛି । ଓଳକଣା ମେଳଣର ଭିତ୍ତିଭୂମି ଓ ଦେବମିଳନର ଧାରାବାହିକ ଅନୁସନ୍ଧାନ ଅଦ୍ୟପାଦ ଦ୍ଵାପରରୁ ଆରମ୍ଭ ହୋଇଅଛି ।