Naming Of Olakana Melana


                                            ଦେବସଭା ଦେବମିଳନ
                                                    ବନାମ
                                           ଓଳକଣା ଦୋଳ ମେଳଣ

ଓଳକଣା ମେଳଣ ଦେବ ସଭା ଦେବମିଳନ କଥାର ସତ୍ୟତା ଓ ବାସ୍ତବତା ଦ୍ଵାପର ଯୁଗର

ଜଗଦଗୁରୁ ଶ୍ରୀକୃଷ୍ଣଚନ୍ଦ୍ରଙ୍କର ଲୀଳାର ପ୍ରତୀକାତ୍ମକ ପ୍ରତିଧ୍ବନି ମାତ୍ର, ଯାହା ଦିବ୍ୟ ଦ୍ରଷ୍ଟା

ଯୋଗପୁରୁଷ ଓ ମହାପୁରୁଷଙ୍କ ଲେଖନୀରେ ସ୍ପଷ୍ଟ ଝଙ୍କୃତ

                                                                                                                        ଓଁକାର କ୍ଷେତ୍ରେ ରହିଛି ଶଙ୍ଖ
                                                                                                                       ଜଗନ୍ନାଥ ନେବେ ମୋର ପ୍ରତ୍ୟକ୍ଷ
x x x x x xx x x x x xx x x x x xx x x x x xx x x x x xx x x x x xx x x x x xx x x x x xx x x x x xx x x x x xx x x x x xx x x x x xx
                                                                                                                         ଗୁପତ କଳପ ବଟଟି ଯଜ୍ଞ କୁଣ୍ଡ ଲୁଚିଛି
                                                                                                                       ସପତ ପାତାଳ ଭେଦିଣ ଶୁନ୍ୟଧ୍ଵଜା ଉଡୁଛି
                                                                                                                      ଆକାଶରୁ ଦେବା ଦେବୀ ଯେ କରୁଛନ୍ତି ଦର୍ଶନ
                                                                                                            ଝିଲିମିଲି ହୋଇ କମ୍ପୁଛି ଓଳକଣା ଭୁବନ । ”(ମହାପୁରୁଷ ଅଚ୍ୟୁତାନନ୍ଦ)
ଓଳକଣା ଧାମ ହେଉଛି ଓଁକାର କ୍ଷେତ୍ର , ଏହି କ୍ଷେତ୍ରରେ ଉକ୍ତ ପଦରୁ ପ୍ରମାଣ ମିଳେ ଏଠାରେ ଯଜ୍ଞ କୁଣ୍ଡ ଓ ଗୁପ୍ତ କଳ୍ପବଟ ଲୁଚି ରହିବା ସହିତ ସାତ ପାତାଳ ଭେଦିଣ ତାର ଧ୍ଵଜା ବା ପତାକା ଉଡୁଅଛି । ନିତ୍ୟ ପ୍ରତ୍ୟହ ଦେବଦେବୀ ଦର୍ଶନ କରୁଛନ୍ତି । ସର୍ବଦା ଓଁକାର କ୍ଷେତ୍ର ଓଳକଣା ଭୁବନ ଝିଲିମିଲି ହୋଇ କମ୍ପମାନ ହେଉଅଛି ,ଅର୍ଥାତ୍ ଦେବଦେବୀଙ୍କ ନିତ୍ୟ ଲୀଳା ଚାଲୁଅଛି । “ନିତ୍ୟରାସ” ନିଶିରେ ଅର୍ଥାତ୍ ରାତିରେ ହେଉଅଛି । କପିଳାସ ହର,କୈଳାସ ଶଙ୍କର ,ଅମରାବତୀର ଦେବଦେବୀ ,ନୀଳାଚଳରୁ ପରଂବ୍ରହ୍ମ ମାନେ ,ଛତିଆ ,ତୁଳସୀ କ୍ଷେତ୍ରର କ୍ଷେତ୍ରାଧୀଶଗଣ ,ସ୍ଵର୍ଗରାଜ୍ୟରୁ ଯୁଧିଷ୍ଠିର ଓ ବିଭୀଷଣ ,ଅଷ୍ଟସଖୀ ,ପରିଚାର ପାରିଷଦଗଣ ଆସି ତ୍ରିକୋଣ ବେଦୀରେ ଥିବା ରତ୍ନମୟୀ,ରତ୍ନବଟ,ରତ୍ନଗର୍ତ୍ତ ବା ଭବନାଭିଚକ୍ର ,ନିତ୍ୟ ଗୋଲକର ଗୁପ୍ତ ବୈଭବ ଏହିଠାରୁ ଦର୍ଶନ କରୁଛନ୍ତି ଓ ରାସ ଶ୍ରବଣ କରୁଛନ୍ତି । ଭକ୍ତ ବିଦୂରଙ୍କ ଓଁକାର ସାଧନାପୀଠ ଓଳକଣା ସିଦ୍ଧି ଲାଭର ମହାତୀର୍ଥ ତଥା ଭଗବାନଙ୍କର ଲୀଳାକ୍ଷେତ୍ର । ଏଭଳି ଲୀଳାକ୍ଷେତ୍ରକୁ କୋଟି କୋଟି ପ୍ରଣିପାତ ।
ଅନନ୍ୟମମତା ବିଷ୍ନୋ ମମତା ପ୍ରେମସଙ୍ଗତା
ଭକ୍ତିରିତ୍ୟୁଚ୍ୟତେ ଭୀଷ୍ମ ପ୍ରହ୍ଲାଦଦ୍ଧୋବ ନାରଦୈଃ ….. ( ନାରଦ ପଞ୍ଚରାତ୍ର )
ଅନ୍ୟକୌଣସି ବିଷୟରେ ମମତା ନଥାଇ ଏକମାତ୍ର ବିଷ୍ଣୁଙ୍କଠାରେ ଯେଉଁ ପ୍ରେମଯୁକ୍ତ ମମତା ତାକୁ ହିଁ ଭୀଷ୍ମ, ପ୍ରହ୍ଲାଦ, ଉଦ୍ଧବ, ନାରଦ ପ୍ରଭୃତି ଭକ୍ତି ବୋଲି କହିଛନ୍ତି । ମାତ୍ର ଭକ୍ତଶ୍ରୀ ବିଦୂରଙ୍କ ଭକ୍ତି ହଉଛି ଅଟଳ ପ୍ରୀତି, ଯେତେବେଳେ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କ କୁଟୀରକୁ ଆସନ୍ତି ବିଦୂର ଅତି ଭାବବିଭୋର ହୋଇ କହିଉଠନ୍ତି- “ହେ ପୁଣ୍ଡରୀକାକ୍ଷ” ତୁମର ଆଗମନ ଯୋଗୁଁ ମୋର ଯେପରି ପ୍ରୀତି ଜାତ ହେଇଅଛି, ତାହା ମୁଁ ତୁମକୁ ଆଉ କ’ଣ କହିବି ? ତୁମ୍ଭେତ ମନୁଷ୍ୟମାନଙ୍କର ଅନ୍ତରାତ୍ମା, ତୁମେ ସବୁଜାଣ, ବିଦୂରଙ୍କ ହୃଦୟରେ ଆନନ୍ଦର ଆତିଶଯ୍ୟ ।
“ପତ୍ର° ପୁଷ୍ପ° ଫଳ° ତୋୟ° ଯୋମେ ଭକ୍ତ୍ୟା ପ୍ରୟଚ୍ଛତି
ଦେହ ଭକ୍ତ୍ୟୁ ପହତମଶ୍ମାପି ପ୍ରୟତାତ୍ମାନଃ (ଶ୍ରୀମଦ୍ ଗୀତା)
ଯେଉଁ ଲୋକ ଭକ୍ତିରେ ମୋତେ ପତ୍ର ପୁଷ୍ପ ଫଳ ଜଳ ଆଦି ଅର୍ପଣ କରେ ସେହି ଶୁଦ୍ଧ ବୁଦ୍ଧି ନିଷ୍କାମ ଭକ୍ତ ପ୍ରେମପୂର୍ବକ ଅର୍ପଣ କରିଥିବା ସେହି ପତ୍ର ପୁଷ୍ପାଦିକୁ ମୁଁ ସଗୁଣ ରୂପେ ଧାରଣ କରି ପ୍ରୀତିପୂର୍ବକ ଗ୍ରହଣ କରେ । ଏଣୁ ବିଦୂରଙ୍କ ପ୍ରୀତିରେ ବନ୍ଦୀ ହେଲେ, ବାନ୍ଧି ହେଲେ, ଛନ୍ଦିହେଲେ ପ୍ରଭୁ ଶ୍ରୀ ଛନ୍ଦା ଚରଣ ।
ଶରୀରକୁ ବନ୍ଦୀକଲେ ଆତ୍ମା ବନ୍ଦୀ ହୁଏ ନାହିଁ, ଆତ୍ମାଯଦି ମୁକ୍ତିର ସନ୍ଧାନ ପାଇଥାଏ, ଆଲୋକର ପଥ ଅନୁସରଣ କରୁଥାଏ, ତେବେ ସେ ନିଷ୍କଳଙ୍କ, ବିମୁକ୍ତ ଓ ପୁଣ୍ୟଶ୍ଳୋକ, ଯାହା ଭକ୍ତ ଶ୍ରୀ ବିଦୂରଙ୍କ କ୍ଷେତ୍ରରେ ପ୍ରମାଣିତ ।
ହରି ନିଜକୁ ଦାରୁ ଓ ହର ନିଜକୁ ପଥର ସ୍ଵୀକାର କରିଛନ୍ତି । ଏଥି ପାଇଁ ହର ବନାମ ବଳଭଦ୍ରଙ୍କର ମଣି ବିଗ୍ରହରୂପ ତୁଳସୀକ୍ଷେତ୍ରରେ ଆରାଧିତ , ଅର୍ଥାତ୍ ଦାରୁ ଓ ପ୍ରସ୍ତରରେ ବ୍ରହ୍ମ ପ୍ରକାଶିତ ହୁଅନ୍ତି । ଏହାକୁ ସହଜ ସରଳ କରିବାକୁ ହେଲେ ପ୍ରହଲ୍ଲାଦର ଅଟଳ ବିଶ୍ଵାସ ନାମ ଜପରୁ ସ୍ତମ୍ଭରୁ ଆବିର୍ଭାବ ନୃସିଂହ ଅବତାର ,ଏଣୁ ନାମ ଆରମ୍ଭରେ ନୃସିଂହନାଥଙ୍କର ବନ୍ଦନା ଏକ ପାରମ୍ପରିକ ବିଧି ହୋଇଅଛି । ଓଳକଣା ମେଳଣକୁ ଦୁଇ ନୃସିଂହ ଦେବଙ୍କ ପ୍ରତୀକ ପ୍ରତିନିଧି ରୂପେ ରାଧାମାଧବ ଆସୁଛନ୍ତି । ବାଲିଆ ଗ୍ରାମର ଶ୍ରୀ ନୃସିଂହ ଦେବ ଓ ପୋଡାମରାଇ ମଠରୁ ଶ୍ରୀନୃସିଂହ ଦେବ ଆସନ୍ତି ଓ ମେଳଣ ପଡିଆରେ ଦୁହେଁ ଏକାଠି ପାଖାପାଖି ବିରାଜମାନ ହୁଅନ୍ତି । ହରି ହରଙ୍କ ଯୁଗ୍ମାବତାର ରୂପ ଭକ୍ତ ବିଦୁର ଦର୍ଶନ କରୁଛନ୍ତି । ଏହା ସମଗ୍ର ବିଶ୍ଵ ପାଇଁ ଏକ ଅଦ୍ଵିତୀୟ ଉଦାହରଣ ପାଲଟି ଯାଇଛି । ଓଳକଣା ମେଳଣର ଭିତ୍ତିଭୂମି ଓ ଦେବମିଳନର ଧାରାବାହିକ ଅନୁସନ୍ଧାନ ବା କ୍ରମବିକାଶ ଉପରେ ଆଲୋଚନା କଲେ ଅଦ୍ୟପାଦ ଦ୍ଵାପରରୁ ଆରମ୍ଭ ହୋଇଅଛି ।
ସମୟର ଅବଧି ଦ୍ଵାପର ଯୁଗ
ପରିବେଶ ହସ୍ତିନା ରାଜ ଦରବାର
ଘଟଣାର ପ୍ରବାହ–କପଟ ପଶାର ପରିଣତିରେ ପଞ୍ଚୁପାଣ୍ଡବ ନିଃସ୍ଵ ହୋଇ ଭିକ୍ଷାସୀ ଜୀବନ ବିତାଇବା ସମୟରେ ସେମାନଙ୍କ ତରଫରୁ ଶାନ୍ତିର ବାର୍ତ୍ତା ବହନ କରି ପ୍ରଭୁ ଶ୍ରୀକୃଷ୍ଣ ଶାନ୍ତିଦୁତ ଭାବେ ରାଜଦରବାରରେ ଉଭା ହୋଇ ଯାଚନା କରନ୍ତି ପଞ୍ଚପାଣ୍ଡବଙ୍କ ପାଇଁ ପଞ୍ଚୋଟି ପଡା ,ପ୍ରତି ବଦଳରେ ସେ ହୁଅନ୍ତି ଅପମାନିତ । କଟୁ ସମାଲୋଚିତ ଓ ଭର୍ତ୍ସିତ । କ୍ଷୁଧା ତୃଷ୍ଣା ନିବାରଣ ପାଇଁ ଖାଦ୍ୟ ମାଗନ୍ତି ,ଚହଲି ଯାଇଛି ଭକ୍ତଙ୍କ ଭାବନା । ପରମ ଭକ୍ତ ଶ୍ରୀ ବିଦୁର ଭଲଭାବରେ ଜାଣନ୍ତି…ବୁଝନ୍ତି …..ପ୍ରଭୁ ଶ୍ରୀକୃଷ୍ଣ ସ୍ଵୟଂ ଅନାଦି ପୁରୁଷ ,ସଚ୍ଚିଦାନନ୍ଦ ,ପାଳନ ଓ ତାରଣର ଉତ୍ସ । ଜଗତକୁ ଯିଏ ଅନ୍ନ ,ପାଣି ,ପବନ ,ଅଗ୍ନି ,ଆଲୋକ ଖାଦ୍ୟ ସବୁକିଛି ଯୋଗାଉଛନ୍ତି ତାଙ୍କୁ ବା ସେ କି ପ୍ରକାର ଖାଦ୍ୟ ଦେବେ । ଏହି ଭାବନାର ଦିଗନ୍ତ ଭିତରେ ହଜିଯାଇଥିବାବେଳେ ପ୍ରଭୁ ଚେତାଇ ଦେଲେ ଦେଖତ ପାକହାଣ୍ଡିରେ କ’ଣ ଅଛି ? ବିଦୁର ଦେଖୁଛନ୍ତି ତିନୋଟି ମଉଳା ଝାଉଁଳା ଶାଗ ପତ୍ରକୁ ମାତ୍ର ଦୁଇଟି ଅନ୍ନ କଣିକା ,ଭକ୍ତିରେ ହାତ ପାଦ ଧୋଇ ଦେଇ ଶ୍ରଦ୍ଧାରେ ବାଢିଦେଲେ ଶାକାନ୍ନ ର କଣିକାଂଶ , ବାସ ସେଇଥିରେ ମିଳିଗଲା ପ୍ରଭୁଙ୍କୁ ଅନନ୍ତ ତୃପ୍ତି ଆଉ ଚରମ ପ୍ରଶାନ୍ତି । ଶ୍ରଦ୍ଧା ପ୍ରୀତି ଯେଉଁଠି ଶାନ୍ତି ତୃପ୍ତି ସେଇଠି । ପ୍ରଭୁ ପରମ ସନ୍ତୋଷରେ ବର ଯାଚିଲେ । ଭକ୍ତ ଚକିତ ଚାହାଣୀରେ ଭାବନାରେ ଭାସିଗଲେ – ଯିଏ ନିମିଷକେ ଗଢି ନିମିଷକେ ଭାଙ୍ଗି ପାରନ୍ତି ତାଙ୍କୁ କଣ ମାଗିବି ….ଏ ଲୀଳା ପଛର ରହସ୍ୟ କ’ଣ ? ପାଳନ ତାରଣ ରୂପ ମାନସ ପଟରେ ,ଚକ୍ଷୁ ଯୁଗଳରେ ଆଙ୍କି ହେଇଯାଉଛି । ଭାବଗ୍ରାହୀ ଜାଣିପାରିଲେ ଭକ୍ତର ଭାବକୁ …ହସି ହସି କହିଦେଲେ ଲୀଳା ଶେଖର ,ତୁମର ମନୋରଥ ନିଶ୍ଚୟ ପୂର୍ଣ୍ଣ ହେବ ବିଦୁର ,ଅପେକ୍ଷା କର ସେହି ସମୟକୁ …ମଙ୍ଗଳ ମୁହୂର୍ତ୍ତକୁ …ସେହି ଅମୃତ ଯୋଗକୁ ….
“ସଂଘଟିତ ହେଇଯାଇଛି ମହା ବିଶ୍ଵଯୁଦ୍ଧ କୁରୁକ୍ଷେତ୍ର ……
ସରିଛି ସମସ୍ତ ବ୍ୟବସ୍ଥା …..ଅନୁଷ୍ଠିତ ହୋଇଯାଇଛି ଧର୍ମରାଜ ଯୁଧିଷ୍ଠିରଙ୍କ
ରାଜ୍ୟାଭିଷେକ । ଗାନ୍ଧାରୀ ଓ ଧୃତରାଷ୍ଟ୍ରଙ୍କର ତୀର୍ଥାଟନ ପାଇଁ ଯାତ୍ରା ବେଳେ ବିଦୂରଙ୍କୁ
ତପଶ୍ଚାରଣ ପାଇଁ ପ୍ରବନ୍ଧ କରନ୍ତି ଗୋବିନ୍ଦ । ”
ବିଦୁର ତପସ୍ୟାରେ ମଗ୍ନ ,ଏପଟେ ବଳଭଦ୍ର ତୀର୍ଥାଟନ କରୁ କରୁ ସୁଖରେ ନୈମିଷାରଣ୍ୟରେ ବିହାର କରୁଥିବା ସମୟରେ ଋଷି ମୁନିଙ୍କ ଠାରୁ ଦର୍ପୀ କନ୍ଦରାସୁରର ଔଦ୍ଧତ୍ୟ ଓ ଅତ୍ୟାଚାରର କାହାଣୀ ଶୁଣି ନିଧନ କରି ତୁଳସୀର ପାଣିଗ୍ରହଣ କରନ୍ତି । କନ୍ଦରାର ଇଚ୍ଛାନୁସାରେ ଯେଉଁ ସ୍ଥାନରେ ତାର ଅଙ୍ଗ ପଡିବ ସେଠାରେ ଏକ ମନ୍ଦିର ହେବ । ଶିର ପତିତ ସ୍ଥାନରେ ଅସୁରେଶ୍ଵର ,ନାଭି ପତିତ
ସ୍ଥାନରେ ଭଦ୍ରେଶ୍ଵର ଠାରେ ଲିଙ୍ଗ ସ୍ଥାପନା କରିବା ବେଳେ ,ପୂର୍ବରୁ ବ୍ୟଗ୍ର ହୋଇ ପ୍ରଭୁ ଶ୍ରୀକୃଷ୍ଣ ବଡ ଭାଇଙ୍କୁ ଖୋଜି ଖୋଜି ବିଦୂରଙ୍କ ଆଶ୍ରମରେ ପହଞ୍ଚି ,କଳମ ଶାଗ ଭଜା ଖାଇ ବିଦୂରଙ୍କୁ ନେଇ ସେଠାରେ ସେହି ସମୟରେ ପହଞ୍ଚି ଥିଲେ । ଭଦ୍ରେଶ୍ଵର ଥାପନା ସରିବା ପରେ ଭକ୍ତ ବିଦୁର ପ୍ରଭୁଙ୍କର ଯୁଗ୍ମ ରୂପକୁ ଏକ ରୂପରେ ଦେଖିବାକୁ ପ୍ରାଥର୍ନା କରନ୍ତି ,ଦୁଇ ପ୍ରଭୁ ତାଙ୍କୁ ଅସ୍ତୁ ପ୍ରଦାନ କଲେ । ସେଦିନ ଦୋଳ ପୂର୍ଣ୍ଣିମାର ପ୍ରଭାତ ଥିଲା ,ପ୍ରତି ଦୋଳ ପୁନେଇଁ ପ୍ରଭାତରେ ତୁମ ଅଗଣା ଓଳକଣାରେ ଏ ଦୁର୍ଲଭ ରୂପେ ତୁମ୍ଭେ ଦେଖିବ । ଆମ୍ଭେମାନେ ପହଞ୍ଚିବୁ ,ହର କହିଲେ ମୁଁ ଘାଗୁଡି ଶବ୍ଦ କରି (ଯାହା ବର୍ତ୍ତମାନ ୧୦୮ ଘଣ୍ଟ ନାଦର ପ୍ରତୀକ ହୋଇଅଛି )
ଯିବି ,ଅଗ୍ନି ଝାଡ ବା ଅଗ୍ନି ବର୍ତ୍ତିକା ନେଇ ପହଞ୍ଚିବେ ବୋଲି ହରି କହିଲେ ,ଏହା ଶୁଣି ବିଭୋର ହୋଇ ଭକ୍ତ ବିଦୁର ୧୦୮ ଆଳତି ବତୀରେ ବନ୍ଦାପନା କରିବେ ବୋଲି ନିବେଦନ କଲେ । ଏହାହିଁ ବିଦୂରଙ୍କ ପୀଠରେ ପୂର୍ଣ୍ଣିମା ପ୍ରାଭାତୀରେ ଅନୁଷ୍ଠିତ ହୋଇ ଆସୁଅଛି । ଭଦ୍ରେଶ୍ଵର ବିମାନ କାନ୍ଧରେ ରହି ମଶାଲ ଓ ଘଣ୍ଟନାଦ ବିଦୂରଙ୍କ ପୀଠରେ ପହଞ୍ଚିବା ପରେ ଗହ ଗହ ଘଣ୍ଟ ନାଦ ,ହରିବୋଲ ,ହୁଳହୁଳିରେ ଆରତୀ କାର୍ଯ୍ୟ ସମ୍ପନ୍ନ ହେଉଅଛି । ବଳଭଦ୍ର ଭଦ୍ରେଶ୍ଵର ଲିଙ୍ଗ ଥାପନା କରିବାର ପରବର୍ତ୍ତୀ ସମୟରେ ସ୍ଵପ୍ନାଦେଶ ପାଇ ରାଜା ବିକ୍ରମାଦିତ୍ୟ ମନ୍ଦିର ନିର୍ମାଣ କଲେ । ପୁରୀ ଗଜପତି ବଂଶର ରାଜା ବିକ୍ରମ ଦେବଙ୍କୁ ଜଗନ୍ନାଥ ସ୍ଵପ୍ନାଦେଶ ମାଧ୍ୟମରେ ଆଳିରେ ରହି ଏ ଦେବ ମିଳନକୁ ଦୋଳ ମେଳଣ ରୂପେ ଲୋକାର୍ପଣ କରିବାକୁ ନିର୍ଦ୍ଦେଶ ଦେଲେ । ତାହାହିଁ ହେଲା, ଗଜପତି ବିକ୍ରମଦେବ ତାଙ୍କ କୁଳଲକ୍ଷ୍ମୀଙ୍କୁ ଡେରାବିଶରୁ ଅଣାଇ ୬ ଗୋଟି ବିମାନ ତଥା ବିଗ୍ରହମାନ ଅଣାଇ ଧରି ମେଳଣ କଲେ । ପରବର୍ତ୍ତୀ ସମୟରେ ବିମାନ ସଂଖ୍ୟା ବଢିବା ସହ ନୋଳସାହିରୁ ରାଜା ଘର ବିମାନ ଓ ବିଗ୍ରହ ଆସିବାର ଅନୁଗାମୀ ବଂଶଧର ମାନଙ୍କ ଦ୍ଵାରା ବନ୍ଦୋବସ୍ତ ହେଲା ଏବଂ କ୍ରମଶଃ ଚତୁଃପାର୍ଶ୍ଵରୁ ଅଧିକ ସଂଖ୍ୟକ ବିମାନ ଆସିବାକୁ ଲାଗିଲା । ପ୍ରାୟତଃ ୧୮ ଶତାବ୍ଦୀର ଷାଠିଏ ଦଶକ ବେଳକୁ ସଂଖ୍ୟାଧିକ ହୋଇ ମେଳଣରେ ବିମାନଙ୍କ କଳେବର ବୃଦ୍ଧି ପାଇବା ସହିତ ଓଳକଣା ମେଳଣକୁ ଆସିବାର ଏକ ପାରମ୍ପରିକ ରୀତି ଓ ଧାରା ତଥା କିଏ କେଉଁ ଦିଗରୁ ପ୍ରବେଶ କରି କେଉଁ ସ୍ଥାନରେ ସ୍ଥାନିତ ହେବେ ସ୍ପଷ୍ଟ ଓ ସ୍ଵତନ୍ତ୍ର ହୋଇଗଲା । ନୂତନ ବିମାନ ଆସିବାର ବିଧି ବିଧାନମାନ ପ୍ରଚଳିତ ହେଲା । ଏଯାବତ ମଧ୍ୟ ନୂତନ ବିମାନ ଖଣ୍ଡେ ଖଣ୍ଡେ ଆସି ୨୦/୨୫ ଖଣ୍ଡ ୧୯୦୦ ଶତାବ୍ଦୀ ଏବଂ ୨୦୦୦
ଶତାବ୍ଦୀ ଅର୍ଥାତ ଏକ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଲାଗି ରହିଛି । ଆଳି ରାଜାଙ୍କ ଶାସନାଧୀନ ଥିବାରୁ ସେ ଥାନ ଦେଇଥିବାରୁ ଥାନପତି ଭାବେ ସର୍ବ ପ୍ରଥମେ ପଡିଆକୁ ଆସିବାର ଅଧିକାର ପାଇଲେ । ତତସହିତ ଦକ୍ଷିଣ ଦିଗରୁ ଓଳକଣା ଗ୍ରାମର ଶ୍ରୀ ଗୋପୀନାଥଜିୟୁ ଯିଏ ମଣ୍ଡୁଅ
ନାମରେ ଖ୍ୟାତ ସେ ପରେ ପରେ ପ୍ରବେଶାଧିକାର ପାଇଲେ । ତତ୍ ସହିତ ଏହି ମେଳଣରେ ଉପସ୍ଥିତ ଠାକୁରମାନଙ୍କ ପାଖରେ ଲାଗି ହୋଇଥିବା ମାନସିକ ବାଲ୍ୟଧୂପର ଅଗ୍ର ଭୋଜନ ଅଧିକାର ପାଇ ପ୍ରଥମେ କପଡା ବିଛାଇବାର ଯୋଗ୍ୟତା ଲାଭ କଲେ ଅର୍ଥାତ ସରଳ ଭାବରେ କହିଲେ ଅଗ୍ରଭୋଜନ ଅଧିକାର ମଣ୍ଡନ କରିଥିବାରୁ ‘ମଣ୍ଡୁଅ’ ଭାବରେ ପ୍ରସିଦ୍ଧି ଲାଭ କଲେ । ମେଳଣ ପଡିଆରୁ ସମସ୍ତ ବିମାନ ପ୍ରସ୍ଥାନ ପରେ ଓଳକଣାର ଦୁଇ ବିମାନ ‘ମଣ୍ଡୁଅ’ ଓ କହ୍ନେଇଲାଲ (ମହାପାତ୍ର ଘର )” ନଂ -୨ ନୀଳକଣ୍ଠପୁର ଯାହା ମେଳଣ ପଡିଆ ଆରମ୍ଭର ଏକ ପ୍ରାନ୍ତରୁ ଆରମ୍ଭ ହୋଇ ହଳଦିଆ ଗ୍ରାମର ଅର୍ଦ୍ଧାଂଶ ପର୍ଯ୍ୟନ୍ତ ପରିବ୍ୟାପ୍ତ ସେହି ଗ୍ରାମର ଦୁଇଖଣ୍ଡ ବିମାନ ଓ ତାଙ୍କର ପ୍ରଭୁ ଗୋବିନ୍ଦଜିୟୁ (ବୈଦ୍ୟ ଘର )ଓ ଶ୍ରୀ ଗୋପୀନାଥଜିୟୁ ଓ ଶ୍ରୀ ରାଧାକାନ୍ତଜିୟୁ (ଯଦିଓ ଏହା ଗ୍ରାମବାସୀଙ୍କ ଠାକୁର ଲୋକ ମୁଖରେ ଏହାର ବିଶେଷ ପରିଚିତ ବିହାରୀ ଘର )ଏମାନେ ଶ୍ରୀ ଗୋପୀନାଥଜିୟୁ , ଶ୍ରୀ ଦଧିବାମନଜିୟୁ ଓ ଶ୍ରୀ ବୃନ୍ଦାବନଚନ୍ଦ୍ରଜିୟୁ ସ୍ଥାନିତ ହୋଇଥିବା ମଣ୍ଡୁଅ ବିମାନ ସହ ରହି ସର୍ବଶେଷରେ ବାହୁଡିଥାନ୍ତି । ଆଳିରାଜା ଓ ଲକ୍ଷ୍ମୀ ପ୍ରବେଶ ପୂର୍ବରୁ ଜହଙ୍ଗର ,କଅଁରପୁର ,ବିଶୋକ ଓ ଜହଙ୍ଗର ମଠସାହି ବିମାନ ପ୍ରଥମେ ଆସି କାନ୍ଧରେ ରୁହନ୍ତି ,ଲକ୍ଷ୍ମୀ ଓ ରାଜାଙ୍କ ପ୍ରଭୁ ଶ୍ରୀ ରାଧାକାନ୍ତଜିୟୁ ପ୍ରଥମେ ବସିବାପରେ ଏମାନେ ଆସୀନ ହେବା ଏକ ପରମ୍ପରା ,ରାଜାଗ୍ନି ଜଳାଇବାର ପ୍ରଥା ଏମାନଙ୍କର ରହିଅଛି । ରାଜନଗର ନୋଳସାହିରୁ ରାଜାଙ୍କ ବିମାନ ଯେତେବେଳେ ଆସିବାର ପ୍ରବନ୍ଧ ହେଲା ସେତେବେଳେ ସେ ଇଲାକା ମୋଗଲ ଶାସନାଧୀନ ଥିଲା ,ଏମାନେ ବାଣ ରୋଷଣୀ ଓ ପଟୁଆରରେ ଆସିବା ବେଳେ ମୋଗଲ ଦଫାଦାରଙ୍କ ଉପଦ୍ରବ ଓ ଅତ୍ୟାଚାରରୁ ରକ୍ଷା ପାଇବାପାଇଁ ଗମ୍ବୁଜକାରରେ ବିମାନ ନିର୍ମାଣ କରି ନିଃଶବ୍ଦରେ ଆସି ଗୋବରୀନଦୀ ସୀମାରୁ ପଟୁଆର ଓ ମନୋହରରେ ଆସିବାର ଜନଶ୍ରୁତି ଶୁଣାଯାଏ । ଏହି ଚର୍ଚ୍ଚିତ ଓ ପ୍ରାଚୀନ ଓଳକଣା ମେଳଣରେ ଶ୍ରୀ ଶ୍ରୀ ବୀରଭଦ୍ରେଶ୍ଵର ଭୂମିକା ବଡ ଗୁରୁତ୍ୱପୂର୍ଣ୍ଣ । ସେମାନେ ଘଣ୍ଟ ଓ ମଶାଲ ନେଇ ଭକ୍ତ ବିଦୁରଙ୍କ ପୀଠରେ ପହଞ୍ଚି ଆରତିରେ ସହଯୋଗ କରିବାର ପ୍ରଥା ରହିଅଛି । ଗଇନ ପତ୍ରରେ ମାଳିଦ୍ଵାରା ନିର୍ମିତ ଚୂଳ ଗୁଆ ବସାଯାଇ ମନ୍ଦିର ବନ୍ଦ ହୁଏ ,ଚୂଳ ଖସିବା ପରେ ମାଳ ଯୁକ୍ତ ହୋଇ ସର୍ପସହ ବିମାନରେ ସ୍ଥାନିତ ହୋଇ ମେଳଣକୁ ଆସିବାର ବିଧାନ ରହିଅଛି । ତତସହିତ ଶ୍ରୀ ଗୋପୀନାଥଜିୟୁ ,ରାଧାରାଣୀ ଓ ଅନ୍ୟାନ୍ୟ ପାରିଷଦଗଣ ଆସିଥାନ୍ତି । ଚାରିପଟୁ ଆସୁଥିବା ବହୁ ବିମାନ ଓ ପ୍ରଭୁ ମାନଙ୍କର ପୃଷ୍ଠଭୂମି ରୀତିନୀତି ପ୍ରଭୁଙ୍କ ମହିମା ବହୁ ଭାଗରେ ବହୁ ଦିଗରେ ସ୍ଵତନ୍ତ୍ର ଇତିହାସ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟର ମୂଲ୍ୟାୟନ କରୁଥିବାବେଳେ ଏକ ବର୍ଷ ରହିଗଲେ ବାରବର୍ଷ ପର୍ଯ୍ୟନ୍ତ ପ୍ରବେଶ କରିବାର ସୁଯୋଗରୁ ବଞ୍ଚିତ ହେବେ ଏହି କାରଣରୁ ଅନେକ ମଧ୍ୟ ଆର୍ଥିକ ପ୍ରତିବନ୍ଧକରେ ଆସୁଛନ୍ତି । ଭକ୍ତ ବିଦୂରଙ୍କ ଲାଗି ଏ ହରିହର ଭେଟ ପଛରେ ଶ୍ରୀ ଜଗନ୍ନାଥଙ୍କ ସ୍ଵପ୍ନାଦେଶରୁ ଦେବମେଳଣ ସଂଗଠିତ ହେବାରୁ ନୀଳାଦ୍ରିପତି ସ୍ଵୟଂ ପୃଷ୍ଠ ପୋଷକ ଭୂମିକା ନିର୍ବାହ କରିଛନ୍ତି । ସୁନ୍ଦର ମନୋରମ ପ୍ରବାଦଟି କ୍ରମଶଃ ଜନତୁଣ୍ଡରେ ଏଯାବତ ରହିଛି ରହିଥିବ ମଧ୍ୟ –“ଓଳକଣା ମେଳଣ ,ଆଳିରଜା ଝୁଲଣ ,ଅସୁରେଶ୍ଵର ନବମିକି ପୁରସ୍ତମ ଚନ୍ଦନ “ ,ପୁରୀ ଚନ୍ଦନ ଭଳି ଓଳକଣା ମାନ୍ୟତା ପାଇଅଛି । ବୈଷ୍ଣବଙ୍କ ମତରେ ରାଧାକୃଷ୍ଣଙ୍କ ମିଳିତ ରୂପ ହିଁ ଜଗନ୍ନାଥ ।
“କି ଅବକାଶେ ମୁଁ ଦେଖିଲି ଶୋଭା ନୀଳାଦ୍ରିପତି
ରାଧାକୃଷ୍ଣ ଏକ ହୋଇଣ ସୁଖେ ଲୀଳା କରନ୍ତି ”
ଏଣୁ ଓଳକଣା ମେଳଣରେ ଦୋଳଗୋବିନ୍ଦଙ୍କୁ ଦୋଳ ବିମାନରେ ଦେଖିଲେ ପୁନର୍ଜନ୍ମ ହୁଏ ନାହିଂ ଯେମିତି ରଥଯାତରେ ଜଗନ୍ନାଥଙ୍କୁ ଦେଖିଲେ ମୁକ୍ତି ମିଳିଥାଏ । “ଦୋଳେଶ୍ଚ ଦୋଳଗୋବିନ୍ଦ ଚାପେଚ ମଧୁସୂଦନ,
ରଥେତୁ ବାମନଂ ଦୁଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ । ” ଏହି ମେଳଣ ପଡିଆରେ ଅନତି ଦୂରରେ ଗୁରୁଦ୍ରୋଣ ,ହନୁମାନଜୀ ,ଶ୍ରୀରାମ- ଲକ୍ଷ୍ମଣ –ସୀତା, ପଞ୍ଚପାଣ୍ଡବ ,ତୀର୍ଥ ବାରୁଣୀ , ପଡିଆରେ ଅଷ୍ଟସଖୀ , ଅଷ୍ଟଶମ୍ଭୁ, କ୍ଷେତ୍ରକାଳୀ ,ଅନ୍ୟ ଭକ୍ତ ଉଦ୍ଧବ ,ଶ୍ରୀ ଜଗନ୍ନାଥ ,ବଳଭଦ୍ର ଓ ସୁଭଦ୍ରା ମନ୍ଦିର ସହ ଅରୁଣସ୍ତମ୍ଭ ଓ ହରିହରଙ୍କ ଗରୁଡ ଓ ବୃଷଭ ସଂକେତ ଖମ୍ବମାନ ବିରାଜିତ ।
ମେଳଣ ରାତିରେ ଚନ୍ଦ୍ରାତପଟଙ୍ଗା ଯାଇ କଳସ ବସେ ,ସେ ସ୍ଥାନକୁ କନକ ବେଦୀ କୁହାଯାଏ । ମା ଲକ୍ଷ୍ମୀ ଅବସ୍ଥାନ କରନ୍ତି । ସେ ଧାନ ବେଣୀ ସହ କିଛି ଧାନ ନେଇ ଆସନ୍ତି । ପଡିଆରେ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ବିତରଣ ହୁଏ । କଥିତ ଅଛି , ଶ୍ରୀକ୍ଷେତ୍ର ପରି ଗୋଟିଏ ଧାନ ନେଲେ କୋଟିଏ ସମ୍ପଦ ବୃଦ୍ଧି ହୁଏ । ବିତରିତ ଧାନ ନେବା ପାଇଁ ଶ୍ରଦ୍ଧାଳୁମାନେ ଭିଡ ଜମାଇ ଠେଲାପେଲା ହୋଇ ଧାନ ସାଉଁଟି ନିଅନ୍ତି । ତେବେ ମେଳଣକୁ ମା’ ଲକ୍ଷ୍ମୀ ଆସିବାର ଏକ ସୁନ୍ଦର ଆଖ୍ୟାୟିକା ରହିଅଛି । ଦ୍ଵାରକାଧିପତି ଶ୍ରୀକୃଷ୍ଣଙ୍କ ଦରବାର ,ଅଷ୍ଟ ପାଟବଂଶିଙ୍କ ଗହଣରେ ପ୍ରଭୁ ଶ୍ରୀକୃଷ୍ଣ ରଙ୍ଗରସରେ ପ୍ରମତ୍ତ ଥାନ୍ତି । କୃଷ୍ଣଙ୍କୁ ବେଢି ନାନାଦି କୌତୁକରେ ରାଣୀମାନେ ନିମଗ୍ନ ,ଦେବର୍ଷି ନାରଦ ଉପଗତ ହୋଇ ଆଢୁଆଳରେ ରହି ପ୍ରଭୁଙ୍କର ଏପରି ଭାବ ରଙ୍ଗରସ ଦେଖି ମନରେ ବିକାର ଜାତ ହେଲା । ଜାଣି ନେଲେ ଅନ୍ତର୍ଯ୍ୟାମି ଅନ୍ତରର କଥା ,କିଛି ନଜାଣିଲା ଭଳି ଦେବର୍ଷିଙ୍କୁ ଚାହିଁ ହସି ହସି ପ୍ରଭୁ ଆସିବାର ଓ ଜଗତର କଥା ବୁଝିକହିଲେ ,ନାରଦ ତୁମ୍ଭେ ଶୀଘ୍ର ଯମୁନାକୁ ଯାଇ ସ୍ନାନ କରିଆସ । ତୁମ୍ଭଦ୍ଵାରା ଏକ ବିଶେଷ ପୂଜା ପାଠ ଦ୍ୱାରିକାରେ କରାଯିବ । ମାୟାଧରଙ୍କମାୟା କିଏ ବୁଝିବ ….ତତକ୍ଷଣାତ ନାରଦ ଯମୁନା କୁଳକୁ ଯାଇ ବୀଣା ,ଝୁଞ୍ଜୁଣୀ ବାଦ୍ୟ ରଖି ସ୍ନାନ କରିବାକୁ ଲାଗିଲେ । ବୁଡ ଦେଇ ଉଠିଲା ବେଳକୁ ନାରୀରୂପ ଲାଭ କଲେ । ଲଜ୍ୟା ଓ ଗ୍ଲାନିରେ ହତଚକିତ ହୋଇ ପ୍ରଭୁଙ୍କ ରହସ୍ୟମୟ ଚାତୁରୀ କଥାକୁ ବାରବାର ରୋମନ୍ଥନ କଲେ । ଏଣେ ବିଳମ୍ବ ହେବାରୁ ନାରାୟଣ ଗରୁଡଙ୍କୁ ଡକାଇ ନାରଦଙ୍କୁ ଡାକି ଆଣିବାକୁ ପଠାଇଲେ । ଗରୁଡ ଆସି ଯମୁନା କୂଳରେ ନାରଦଙ୍କୁ ନପାଇ ରମଣୀ ରତ୍ନକୁ ଦେଖି ହଡବଡେଇ ଗଲେ । ପରକ୍ଷଣରେ ମାୟାଧରଙ୍କ ମାୟାର କୁହୁକୀ ସ୍ପର୍ଶରେ ଗରୁଡ ନାରଦରୂପୀ ସୁନ୍ଦରୀଙ୍କୁ ପାଇବାର ଲୋଭରେ ଝାମ୍ପିନେଇ ଉଡିବୁଲିଲେ । ନିକାଞ୍ଚନ ସ୍ଥାନଟିଏ ସିନା ଖୋଜିପାଇଲେ ଉପଭୋଗ କରିବେ । ଉଡିଉଡି କପିଳାସରେ ପହଞ୍ଚିଗଲେ ଓ ନିବୃତ୍ତ ସ୍ଥାନ ଦେଖି ବସିପଡିଲେ । ମାତ୍ର ଇଏ କି କଥା ,ବସୁ ବସୁ ପାପ ଚିନ୍ତନରୁ ଏକ ଡାଳ ଭାଙ୍ଗି ପଡିଲା ଏବଂ ଗରୁଡ ଚାହିଁ ଦେଖିଲେ ସେ ଡାଳଟି ରଡରଡ ହୋଇ ଖସିବାକୁ ଲାଗୁଛି ,ତା ତଳେ ଆଠଟି ମୁନି ଯୋଗ ସମାଧିରେ ଲୀନ ଅଛନ୍ତି । ଡାଳ ସେମାନଙ୍କ ଉପରେ ପଡି ଯଦି ସେମାନଙ୍କର ମୃତ୍ୟୁ ହୁଏ ତେବେ ମହାପାତକ ଦୋଷ ଲାଗିବ ପାପ ପ୍ରଭାବରୁ ମୁନିମାନେ ଖସିପଡୁଥିବା ଡାଳକୁ ଥଣ୍ଟରେ ,ଏକ ପଞ୍ଝାରେ ନାରଦ ରୂପୀ ରମଣୀ ଓ ଅନ୍ୟ ପଞ୍ଝାରେ ପାହାଡ ଖଣ୍ଡକୁ ଧରି ପୁନଃ ଉଡିବାକୁ ଲାଗିଲେ । ଉଡି ଉଡି ଅବସନ୍ନ ଅସହାୟ ହୋଇ ଥକିପଡି ପ୍ରଭୁଙ୍କୁ ଲୀଳାରୁ ଉଦ୍ଧାର ପାଇଁ ପ୍ରାର୍ଥନା କଲେ । କାକୁତି ମିନତୀ ଜଣାଇଲେ । ପ୍ରଭୁ ଏକ ସ୍ତମ୍ଭ ପାତାଳରୁ ବାହାର କରି ଆକାଶକୁ ବଢାଇଦେଲେ । ଗରୁଡ ବସି ପଡିଲା ,ଡାଳଟି ଭୂମିସ୍ପର୍ଶ ହେବା ମାତ୍ରେ ବୃକ୍ଷ ଭଳି ଡାଳ ପତ୍ରମାନ ଦୋହଲିବାକୁ ଲାଗିଲେ । ଗରୁଡ ଟିକେ ଦୂରରେ ସୁନାଜୋରି ପାଟ ବା ସୁବଳୟା ନଦୀର ଧାରରୁ ପାଣି ଆଣି ଭଲଭାବେ ରୋପଣ କରିଦେଲେ । ପଥର ଖଣ୍ଡକୁ ପାଖରେ ରଖି ମୁନୀଙ୍କର ଯେମିତି ଧ୍ୟାନ ନଭାଙ୍ଗେ ସେଥିପାଇଁ ଆଠଖଣ୍ଡ କରି ସେମାନଙ୍କୁ ଶୀତଳ ଛାଇ ଦେବାର ବନ୍ଦୋବସ୍ତ କଲେ । ନାରୀଟିକୁ କଣ କରିବେ ଭାବି ପ୍ରଭୁଙ୍କୁ ସ୍ମରଣ କରନ୍ତେ ଶ୍ରୀକୃଷ୍ଣ ଆସି ଗରୁଡକୁ ଏ ବିଷମ ସମସ୍ୟାରୁ ମୁକ୍ତ କରି ରମଣୀ ସହ ରମଣ କରନ୍ତେ ଉଦ୍ଧବଙ୍କର ଜନ୍ମ ହୁଏ । ନାରଦ ମୁକ୍ତି ପାଇ ସ୍ଵର୍ଗକୁ ଗଲେ ,ନାରୀ ରତ୍ନ କାରଣରୁ ସେ ବଟ ରତ୍ନବଟ ନାମରେ ନାମିତ ତଥା ଶୋଭିତ ହେଲା । ଋଷିମାନେ ଅଷ୍ଟସମ୍ଭୁ ନାମରେ ନାମୀତ ହେଲେ । ପ୍ରଭୁ ଏହିଭଳି ଏକ ଅଦ୍ଭୁତ ଲୀଳା କରି ମୁନିକନ୍ୟା ସୁବଳୟାକୁ ଧନ୍ୟ କଲେ । ତା କୂଳରେ ଅଭିନବ ଲୀଳା କଳିରେ କରିବାକୁ ବର ଦେଲେ । ଅଳ୍ପ ଦୂରରେ ବିଦୁର ତପସ୍ୟାରେ ରତ ଥିଲେ,ତାଙ୍କୁ ଦେଖାକରି ତାଙ୍କ ମନୋରଥ ପୂର୍ଣ୍ଣହେବାର ସମୟ ହୋଇଯିବା ସୁଚାଇ ମା’ ଲକ୍ଷ୍ମୀଙ୍କୁ ଦେଖା କରିବାକୁ ପରାମର୍ଶ ଦେଲେ । ତୁମେ ତ ପାଳନ ତାରଣ ରୂପ ଦେଖିବ । ଆରତିରେ ବନ୍ଦାପନା କରିବ ହେଲେ କଣ ନୈବିଦ୍ୟ କରିବ ,ଅର୍ଥାତ ଖାଇବାକୁ କଣ ଦେବ ? ଯା’ ମା କମଳାଙ୍କୁ ଦେଖାକର ,ସେ ଆସିଲେ ମୁଁ ପ୍ରସାଦ ଗ୍ରହଣ କରିବି । ବିଦୁର ଯାଇ ମା ଲକ୍ଷ୍ମୀଙ୍କୁ ଦେଖା କରନ୍ତେ ଲକ୍ଷ୍ମୀଙ୍କ ଆଖିରେ ଗୋପଲୀଳା ,ରାଧାକୃଷ୍ଣ ମିଳନ ,ରାସ ଓ ଗୌଡୀୟ ଖେଳ କୌତୁକ ଦୃଶ୍ୟ ହୁଅନ୍ତେ ବିଦୁରଙ୍କୁ ମାତା ପ୍ରସନ୍ନ ଚିତ୍ତରେ ଖଇ ଉଖୁଡା ବାଲ୍ୟଧୂପ ନୈବିଦ୍ୟ କରିବାକୁ କହିଲେ । ତାହା କେଉଁଠାରୁ ପାଇବି ,ମୁଁ ତ ଭିକ୍ଷାର୍ଥୀ ,ବିଦୁର କହିଲେ । ମା’ ହସି ହସି ସବୁକଥାକୁ ବୁଝାଇ ଦେଲେ । ଗୋପାଳ ମାନଙ୍କ କାନ୍ଧରେ ବିମାନରେ ମୁଁ ଜୀବି । ଭକ୍ତମାନେ ମାନସିକ ଖଇଉଖୁଡା ବିତରଣ କରିବେ । ମୋ କୃପା କଟାକ୍ଷରେ ତାହା ପ୍ରସାଦ ହୋଇ ମୋ ଭଉଣୀ କ୍ଷେତ୍ରକାଳି ବିମଳାଙ୍କ ଚାହାଣୀରେ ମହାପ୍ରସାଦ ହେବ ,ତାକୁ ଯିଏ ପାଇବ ,ସିଏ ମୁକ୍ତି ପାଇବ ଆଉ ବ୍ରଜର ରାସ ଭଳି ରାଧାକୃଷ୍ଣ ମାନେ ବିମାନରେ ବସି ନାମ ସଂକୀର୍ତ୍ତନ ରୂପୀ ରାହାସ ମାଧ୍ୟମରେ ଆସି ଗୁପ୍ତ ଗୋଲକରେ ଗୋଲାକାରେ ବିରାଜିତ ହେବେ । ହରିହର ଆସି ଏହି ପବିତ୍ର ପୀଠରେ ତୁମକୁ ଦର୍ଶନ ଦେବା ସହିତ କୋଟି କୋଟି ଭକ୍ତଙ୍କୁ ତାରିବେ । ଗନ୍ଧର୍ବ ,କିନ୍ନର ,ଯକ୍ଷ ,ରକ୍ଷ ନାଗ ଦୁନ୍ଦୁଭି ବାଦନ କରିବେ ସମସ୍ତ ଦେବଦେବୀ ପୁଷ୍ପାଞ୍ଜଳି ଦେବେ । ଯୋଗ ମାୟା ବାରଦଣ୍ଡ ଧରି ଏକ ଦୁର୍ଲଭ ଯୋଗ ବା ବ୍ରହ୍ମ ଦଣ୍ଡ ରଟନା କରିବେ । ନିତ୍ୟଗୋଲକର ଧ୍ଵଜା ଓଲଟା ଭାବେ ପାତାଳ ଦେଇ ଉଡିବ । ଯେଉଁ ସ୍ତମ୍ଭ ପ୍ରଭୁ ପଠାଇ ଗରୁଡର ଦୁର୍ଦ୍ଦଶା ମୋଚନ କଲେ ତାହା ଭୂମି ତଳକୁ ଚାଲିଯାଇ ଗର୍ତ୍ତଟିଏ ସୃଷ୍ଟି କର%E